Report Card Odisha

| Daily Odia News

ଶିମିଳିପାଳରେ ବାଘ ଗଣନା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ଆରମ୍ଭ ହେଉଛି ଶିମିଳିପାଳରେ ବାଘ ଗଣନା। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ। ତିନୋଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯିବ। ୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ କହିଛନ୍ତି। ଏହି ସର୍ଭେ ମାଧ୍ୟମରେ ବନ କର୍ମଚାରି ମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘର ରାମ୍ପୁଡା, ପାଦ ଚିହ୍ନ, ମଳ ଓ କେଉଁରାସ୍ତାରେ କେଉଁ ବନ୍ୟଜନ୍ତୁ ଯାଆସ କରୁଛି ତାହାର ଡାଟାବେଶକୁ ସଂଗ୍ରହ କରିବେ।

Breaking News