ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ଟି ଲୋକସଭା ଆସନରେ ମୋଟ ୩୮ଟି ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୨ଜଣ ପ୍ରାର୍ଥୀ ରହିଛନ୍ତି। ଶୁକ୍ରବାର ପ୍ରାର୍ଥୀପତ୍ର ଯାଂଚ ପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି | ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ ଆଜି ଶେଷ ହୋଇଛି। ମୋଟ ୩୯ଜଣ ପ୍ରାର୍ଥୀ ୭୫ଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଯାଂଚବେଳେ କୋରାପୁଟ ସଂରକ୍ଷିତ ସଂସଦୀୟ ଆସନରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି। ଅନ୍ୟ ୧୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି ନବରଙ୍ଗପୁର ସଂରକ୍ଷିତ ସଂସଦୀୟ ଆସନରେ ସବୁଠୁ କମ୍ ମାତ୍ର ୪ଜଣ ପ୍ରାର୍ଥୀ ଅଛନ୍ତି। ସେଠାରେ ୪ଜଣ ପ୍ରାର୍ଥୀ ହିଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ସବୁ କାଏମ ରହିଛି। ସେହିପରି ବ୍ରହ୍ମପୁର ସଂସଦୀୟ ଆସନ ଓ କଳାହାଣ୍ଡି ସଂସଦୀୟ ଆସନରେ ୧୧ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଆସନ୍ତା ୨୯ତାରିଖ ରହିଛି। ଏହି ଆସନଗୁଡ଼ିକରେ ମେ’ ୧୩ତାରିଖରେ ମତଦାନ






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….