ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହର ପ୍ରଥମ ରାତିରେ ସ୍ତ୍ରୀଦେଲା ସ୍ୱାମୀକୁ ବହୁତ ବଡ ଉପହାର । ଚତୁର୍ଥୀ ରାତିକୁନେଇ ସ୍ୱାମୀ ସ୍ତ୍ରୀ ଉଭୟ ଅନେକ ସ୍ବପ୍ନ ଦେଖିଥାନ୍ତି | ହେଲେ ପ୍ରଥମ ରାତିରେ ପତିର ମୁଣ୍ଡରେ ଆକ୍ରମଣ କଲା ନବ ବିବାହିତା ପତ୍ନୀ ।ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ବିଜନୋର ସହରରେ। ସୂଚନାନୁସାରେ, ବିଜନୋରର କୁଣ୍ଡା ଗ୍ରାମରେ ରହୁଥିବା ଜଣେ ଯୁବକ ଗତ ମଙ୍ଗଳବାର ହରିଦ୍ୱାରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ଦିନ ରାତି ୧୧ଟାରେ ପରିବାର ଲୋକେ କନ୍ୟାକୁ କୋଠରୀରେ ଏକା ଛାଡି ଶୋଇବାକୁ ଯାଇଥିଲେ । ଏତିକି ବେଳେ ନବ ବିବାହିତା ଜଣଙ୍କ ସ୍ୱାମୀଙ୍କ ମୁଣ୍ଡକୁ ହଠାତ ଆକ୍ରମଣ କରିଥିଲେ । ଫଳରେ ସ୍ୱାମୀଜଣଙ୍କ ଲହୁଲୁହାଣ ହୋଇ ଯାଇଥିଲେ । ଏହାସହ ସେଠାରେ ହିଁ ବେହୋସ ହୋଇ ପଡିଯାଇଥିଲେ । ଏହାପରେ ନବ ବିବାହିତା ମହିଳା ୨ ଲକ୍ଷ ଟଙ୍କା, ଗହଣା ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲେ । ହୋସ୍ ଆସିବାପରେ ବର ନିଜ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲା । ଏହାପରେ ପରିବାର ଲୋକେ ବି ଚକିତ ହୋଇଯାଇଥିଲେ । ତୁରନ୍ତ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମାମଲା ରୁଜୁ କରି ନବ ବିବାହିତା ମହିଳାଙ୍କ ସନ୍ଧାନ ଆରମ୍ଭ କରିଛି । ତେବେ ଖବର ଲେଖାଯିବା ସୁଦ୍ଧା ପୋଲିସ କୌଣସି ସଫଳତା ପାଇ ନାହିଁ । ପୂର୍ବରୁ ମଧ୍ୟ ମହିଳାଜଣଙ୍କ ଏପରି ବିବାହ କରିବା ପରେ ଅନେକ ଯୁବକଙ୍କୁ ଠକିଥିବା ସୂଚନା ମିଳିଛି ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….