ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ସାରା ରାଜ୍ୟରେ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର ୧୧୨ କାର୍ଯ୍ୟକରିବ | ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି କରାଯାଇଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନମ୍ବର ଲୋକାର୍ପଣ କରିଛନ୍ତି । ଲୋକମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ନମ୍ବର ଅର୍ଥାତ ୧୧୨ ଡାଏଲ କରି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇପାରିବେ। ପୂର୍ବରୁ ଆମ୍ବୁଲାନ୍ସ ସେବା ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୋଲିସ ପାଇଁ ୧୦୦ ନମ୍ବର ଡାଏଲ କରାଯାଉଥିଲା। ଏହା ବି ପୂର୍ବ ଭଳି କାମ କରିବ। ପର୍ଯ୍ୟାୟ କ୍ରମେ ଧୀରେଧୀରେ ଏହି ନମ୍ବର ସବୁ ବନ୍ଦ କରାଯିବ । ହେଲେ ଏହି ୩ଟି ସେବା ପାଇଁ ଗୋଟିଏ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏହି ୩ ଜରୁରୀ ସେବା ପାଇଁ ଏବେ ୧୧୨ ଡାଏଲ କରିବାକୁ ହେବ ।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..