Report Card Odisha

| Daily Odia News

ଇନ୍‌ସୁଲିନ୍‌ ପାଇଁ ଆବେଦନ କଲେ କେଜ୍ରିୱାଲ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ ରହିଛନ୍ତି। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍‌ରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ ବୋଲି ଆପ୍‌ ଅଭିଯୋଗ କରିବା ପରେ ସେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରି ତାଙ୍କୁ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ କହିଛନ୍ତି। ସେ କରିଥିବା ଆବେଦନର ଶୁଣାଣି ଆଜି ଅପରାହ୍ନ ୨ଟା ସମୟରେ ହେବ। ମଦ ନୀତି ଦୁର୍ନୀତି ମାମଲାରେ ଗତ ମାସରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଟାଇପ-୨ ମଧୁମେହ ରୋଗୀ। ଗତ ରାତିରେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ଜେଲ୍‌ ଭିତରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ। ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିଓ୍ଵାଲଙ୍କ ଆବେଦନର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ସେ ମଧୁମେହ ରୋଗରେ ପୀଡ଼ିତ ଏବଂ ଡାକ୍ତରୀ କାରଣରୁ ଜାମିନ ପାଇଁ ଜାଣିଶୁଣି ଘରେ ରନ୍ଧା ଖାଦ୍ୟ ଏବଂ ମିଠା ଖାଉଛନ୍ତି। ସେପଟେ ଜେଲରେ କେଜ୍ରିଓ୍ବାଲଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଆମ ଆଦମି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି।

Breaking News