Report Card Odisha

| Daily Odia News

୩ରେ ଓଡିଶା ଆସିବେ ରାହୁଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେ’ ୩ରେ ରାହୁଲ ଗାନ୍ଧୀ ଓଡିଶା ଆସି ରାୟଗଡାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏନେଇ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି । ତେବେ ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି । ଶନିବାର ପ୍ରଥମ ଥର ପାଇଁ ଓଡିଶାରେ ନିର୍ବାଚନୀ ସମାବେଶ କରିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏହି ସଭାରେ ଜୋରଦାର ବର୍ଷିଥିଲେ । କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର ଉପରେ ବର୍ଷିଥିଲେ ରାହୁଲ । ତା ସହିତ ଓଡିଶା ଏବଂ କେନ୍ଦ୍ରରେ ସରକାର ଗଠନ ହେଲେ କେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯିବ ତାହାର ମଧ୍ୟ ହିସାବ ଦେଇଥିଲେ ରାହୁଲ । ତେଣୁ ପ୍ରଥମ ଗସ୍ତର କିଛି ଦିନ ପରେ ଆସନ୍ତା ମେ ୩ ତାରିଖରେ ଦ୍ୱିତୀୟ ଥର ପାଇଁ ରାହୁଲ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ।

Breaking News