ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଭୁବନେଶ୍ବର ବିମାନବନ୍ଦରରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ଦିନ ୧୨ଟା ବେଳେ ଏସ୍ ଜୟଶଙ୍କରଙ୍କର ବିଭିନ୍ନ ସମ୍ବାଦପତ୍ରର ସଂପାଦକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ବୁଦ୍ଧିଜୀବୀଙ୍କ ସହ ସମ୍ମିଳନୀ କରିବା ସହ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏସ୍ ଜୟଶଙ୍କର ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ଆସନ୍ତାକାଲି ସେ କଟକ ଓ ସମ୍ବଲପୁରରେ ବିଜେପି ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ |






More Stories
ପୁରୀ ଆସିଲେ ଶାନ୍ତି ମିଳେ……
ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ…..
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..