ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ଵରୁ କରୋନା ଟିକା ‘ଭାକ୍ସେଭେରିଆ’ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ କୋର୍ଟରେ ଏହା ସ୍ବୀକାର କରିଥିଲା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଟେନର ଏହି ଫାର୍ମା କମ୍ପାନୀ ପକ୍ଷରୁ ସାରା ବିଶ୍ଵରୁ ଏହାର ଟିକାକୁ ଫେରାଇନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଏହି କୋଭିଡ-୧୯ ଟିକା ଦ୍ବାରା ମଣିଷ ଶରୀରରେ ଥ୍ରୋମ୍ବୋସିସ ସହିତ ଥ୍ରୋମ୍ବୋସାଇଟୋପେନିଆ ସିନ୍ଡ୍ରୋମ (ଟିଟିଏସ) ଭଳି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଉଥିବା କମ୍ପାନୀ କୋର୍ଟରେ ସ୍ବୀକାର କରିଥିଲା । କମ୍ପାନୀ କହିଛି ଯେ, କରୋନା ସମୟରେ ଅନେକ ଟିକା ବଜାରକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପର୍ଯ୍ୟାପ୍ତ ସମୟ ମିଳିବାରୁ ନୂଆ ବିକଶିତ ଟିକା ବଜାରକୁ ଆସିଛି । ଏହା ଏବେ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି । ତେଣୁ ପ୍ରଥମରୁ ବଜାରକୁ ଛଡ଼ାଯାଇଥିବା ଟିକାକୁ ପ୍ରତ୍ୟାହାର କରିନିଆଯାଉଛି ।ସୂଚନାଯୋଗ୍ୟ, ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ମିଶି କରୋନା ଟିକା ପ୍ରସ୍ତୁତ କରୁଥିଲା । ଏହି କମ୍ପାନୀର ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ଘଟୁଥିବା ନେଇ ସାଂଘାତିକ ଅଭିଯୋଗ ହେବା ସହିତ ଏ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଆଷ୍ଟ୍ରାଜେନେକା ଭାରତରେ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ସହିତ ମିଶି କୋଭିଶିଲ୍ଡ ଟିକା ତିଆରି କରିଥିଲା । ସେରମ ଇନ୍ଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ଟିକା ତିଆରି କରି ଭାରତ ସରକାରଙ୍କୁ ଯୋଗାଉଥିଲା। କୋଭିଶିଲ୍ଡ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା ।
More Stories
ପ୍ରଧାନମନ୍ତ୍ରୀ ‘ଅପରେସନ ଝାଡୁ’ ଲଞ୍ଚ୍ କରିଛନ୍ତି…..
ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖଡଗେ…..
ଆଜି ଆଣ୍ଡାମାନ ଛୁଇଁଲା ମୌସୁମୀ,୧୫ ବେଳକୁ ଓଡ଼ିଶା ଛୁଇଁବ…..