Report Card Odisha

| Daily Odia News

ପଳାଶୁଣି ଛକରେ ୨ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସକାଳେ ରାସ୍ତା ପାରି ହେଉଥିବା ବେଳେ ୨ଜଣଙ୍କୁ ଟ୍ରକ୍‌ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣେ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମଳିନାହିଁ।ଆଜି ସକାଳେ ପୁରୁଷ ଓ ମହିଳା ଜଣଙ୍କ ପଳାଶୁଣି ଛକରେ ରାସ୍ତାପାର ହେଉଥିଲେ। ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ପରେ ୫୦୦ ମିଟର ବାଟ ଘୋଷାଡି ନେଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚେଶ୍ୱରେ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସପିଟାଲକୁ ପଠାଇଛିସ ଓ ଘଟଣା ତଦନ୍ତ କରୁଛି।

Breaking News