ରିପୋର୍ଟ କାର୍ଡ / ଢେଙ୍କାନାଳ
ଖୁଣ୍ଟାପୋଷି ଜଙ୍ଗଲରେ କିଙ୍ଗ ଅଫ୍ ଫରେଷ୍ଟଗ୍ୟାଙ୍ଗର ସୁବାଷ ଖୁଣ୍ଟିଆକୁ ଏନକାଉଣ୍ଟର କରିଛି କାମାକ୍ଷାନଗର ପୋଲିସ | ସୁବାଷର ଗୋଡରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ପ୍ରାୟ ୪ ଟାରେ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲରେ ପୁଲିସ୍ ଚଢ଼ାଉ କରିଥିଲା। ସୁବାସ ଓ ତାର ସହଯୋଗୀ ପୁଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲା। ପୁଲିସ୍ ମଧ୍ୟ ସୁବାସ ଉପରେ ପାଲଟା ଗୁଳି ଚଳାଇଥିଲା। ଫଳରେ ସୁବାଷର ଗୋଡରେ ଗୁଳି ବାଜି ଗୁରୁତର ହୋଇପଡିଥିଲା। ସୁବାଷ ନାଁରେ ଢେଙ୍କାନାଳର ବିଭିନ୍ନ ଥାନାରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଥିବା ସୂଚନା ମିଳିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..