Report Card Odisha

| Daily Odia News

ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍ଟ୍ର,ସ୍ତ୍ରୀ ମୃତ…..

ରିପୋର୍ଟ କାର୍ଡ / କଟକ

କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବାବେଳେ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି ଟ୍ରକ୍ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଵାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦମ୍ପତ୍ତି ଗତିରାଉତପାଟଣାର ବୋଲି ଜଣାପଡିଛି। ଆଜି ସକାଳୁ ସ୍ଵାମୀ ଏବଂ ସ୍ତ୍ରୀ ସ୍କୁଟି ଯୋଗେ କଟକ ଆସୁଥିବାବେଳେ ଦୁର୍ଗା ମଣ୍ଡପ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ପଛରେ ବସିଥିବା ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ସ୍ଵାମୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ଖବର ପାଇଁ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Breaking News