ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନାର ଉପ ନେତା ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାଶ କରାଯାଇଛି। ଉକ୍ତ ହେଲିକପ୍ଟରରେ ବସିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ସୁଷମା ରହିଥିଲେ। ତାଙ୍କ ଆଖି ସାମ୍ନାରେ ପୂରା ଘଟଣା ଘଟିଥିଲା। ହେଲିକପ୍ଟର କ୍ରାଶ ହୋଇଯିବାରୁ ସେ ସଡ଼କ ପଥରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରି ଯାଇଥିଲେ। ସକାଳ ପ୍ରାୟ ୯.୨୦ରେ ପୂରା ଘଟଣା ଘଟିଛି। ସୁଷମା ହେଲିକପ୍ଟରେ ବସିବା ପାଇଁ ରାଇଗଡ଼ ଜିଲ୍ଲା ବଶିରଭାଇ ଚିନଚକର ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ନିକଟରେ ଅପେକ୍ଷା କରିଥିଲେ। ଏହି ସମୟରେ ଦଳ ପକ୍ଷରୁ ପୁଣେରୁ ପଠା ଯାଇଥିବା ହେଲିକପ୍ଟର ସେଠାରେ ପହଞ୍ଚି ଥିଲା। ଉକ୍ତ ହେଲିକପ୍ଟଟି ସୁଷମାଙ୍କୁ ମାହାଦର ଶିବାଜୀ ଚୌକକୁ ନେବାର ଥିଲା। କିନ୍ତୁ ଲ୍ୟାଣ୍ଡିଂ କରିବାର ୨ରୁ ୩ ମିନିଟ ପୂର୍ବରୁ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଏହା ନିୟନ୍ତ୍ରଣ ହରାଇ ତଳେ ଜୋରରେ ପିଟି ହୋଇ ଯାଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..