Report Card Odisha

| Daily Odia News

ବ୍ୟବସାୟ ଲାଭପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିୟୋଜିତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ।

ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ଆଦର୍ଶ ହେବେ। ମାର୍ଜିତ ଭାଷା ପ୍ରେମପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ମହାନ୍‌ କରିପାରେ।

କର୍କଟ: ପ୍ରତିଶୋଧ ପରାୟଣ ମନୋବୃତ୍ତିର ହୋଇପାରନ୍ତି। ସାମୟିକଭାବେ ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହୋଇପାରେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ମଧ୍ୟାହ୍ନ ଭୋଜନ ତୃପ୍ତିଦାୟକ ହେବ। ସୁସ୍ଥ ରହିବେ।

କନ୍ୟା: ପରିବାରର ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ତୁଳା: ଧର୍ମୀୟ କ୍ଷେତ୍ରରେ ପ୍ରବଚନ ପ୍ରଦାନର ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟକ ହେବ। ବ୍ୟବସାୟରୁ ଲାଭବାନ୍‌ ହେବେ। ବ​‌େ​‌କୟା ପ୍ରାପ୍ୟ ମିଳିପାରେ।

ବିଛା: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ନିର୍ବାହ ଦାୟିତ୍ବ ତୁଲାଇ ଉଚିତ୍‌ ପ୍ରାପ୍ୟ ହାସଲ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।

ଧନୁ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ଉପୁଜିଥିବା ଅଶାନ୍ତି ଅଚିରେ ଦୂର ହେବ। ବ୍ୟବସାୟ ଲାଭପ୍ରଦ ହେବ।

ମକର: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତିସୁଖୀ ଓ କୀର୍ତ୍ତିଶାଳୀ ହେବେ। ସହିଷ୍ଣୁ ହେବେ। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହୋଇପାରନ୍ତି। ସୁସ୍ଥ ରହିବେ।

କୁମ୍ଭ: ଆୟ ଗତାନୁଗତିକ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଭୋଜନ ରୁଚିକର ହେବ। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ: କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। କୃଚ୍ଛ୍ର ସାଧନା ଫଳବତୀ ହେବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

Breaking News