ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରେ ଲେବାନନ୍ରେ ଜଣେ ‘ରଏଟର’ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସେହିଭଳି ‘ଏଏଫ୍ପି’ର ଦୁଇ ଜଣ ଓ ‘ଅଲ୍ ଜଜିରା’ର ଦୁଇ ଜଣଙ୍କୁ ମିଶାଇ ମୋଟ ୬ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ଯୁଦ୍ଧ ସମ୍ପର୍କରେ ମିଛ ଖବର ପ୍ରସାରଣ ଅଭିଯୋଗରେ ଆଇଡିଏଫ୍ ତେଲ୍ ଆବିଭ୍ସ୍ଥିତ ‘ଅଲ୍ ଜଜିରା ଟିଭି’ କାର୍ଯ୍ୟାଳୟକୁ ଧ୍ବଂସ କରିଦେଇଛି। ରଏଟର ସାମ୍ବାଦିକଙ୍କ ମୃତ୍ୟୁ ନେଇ ଇସ୍ରାଏଲ ସେନା ଆଇଡିଏଫ୍ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଆଇଡିଏଫ୍ ସଠିକ୍ ଭାବେ ସେମାନଙ୍କୁ ଚିହ୍ନଟ କରିପାରି ନଥିବା ଏକ ବିବୃତିରେ କୁହାଯାଇଛି। ଇସ୍ରାଏଲ-ହମାସ୍ ଲଢ଼େଇରେ ସପ୍ତାହକ ମଧ୍ୟରେ ମୋଟ ୧୧ଜଣ ଗଣମାଧ୍ୟମ ପ୍ରତିନିଧି ନିହତ ହେଲେଣି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..