ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରାଜିଲର ସାଓ ପାଓଲୋରୁ ଆମେରିକାର ଆଟଲାଣ୍ଟା ଯାତ୍ରା କରୁଥିବା ଡେଲଟା ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିବାରୁ ପାଇଲଟ ତୁରନ୍ତ ବିମାନକୁ ପୁଣି ସାଓ ପାଓଲୋ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଛନ୍ତି। ୨୭୨ ଯାତ୍ରୀ ଏବଂ ୧୪ ବିମାନ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତ ରବିବାର ବିମାନଟି ସାଓ ପାଓଲୋରୁ ଯାତ୍ରାରମ୍ଭ କରିଥିଲା। ଆକାଶକୁ ଉଠିବାର ୯ ମିନିଟ ମଧ୍ୟରେ ବିମାନର ବାମପଟ ଇଞ୍ଜିନରେ ନିଆଁ ଲାଗିଥିଲା। ଏଟିସି ପକ୍ଷରୁ ସୂଚିତ କରାଯିବା ପରେ ପାଇଲଟ ଏହାକୁୁ ପୁଣି ସାଓ ପାଓଲୋ ଫେରାଇ ଆଣିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..