ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି। ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା ଜନ୍ମରେ ପଶ୍ଚିମବଙ୍ଗର କେଉଁ ମା’ କୋଳରେ ଜନ୍ମ ହେବି। ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦାରେ ପ୍ରଚାର କରୁଛନ୍ତି। ମାଲଦାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏପରି ଏକ ସମୟ ଥିଲା ଯେବେ ପଶ୍ଚିମବଙ୍ଗ ଭାରତର ବିକାଶର ଇଞ୍ଜିନ ଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ପୂର୍ବରୁ ବାମ ଦଳ ଓ ଏବେ ତୃଣମୂଳ କଂଗ୍ରେସ ପାର୍ଟି ଏହି ରାଜ୍ୟର ମହାନତାକୁ ମାଟିରେ ମିଶାଇ ସାରିଲେଣି। ସେମାନଙ୍କ ଯୋଗୁ ରାଜ୍ୟର ବିକାଶ ଗାଡ଼ି ଠପ୍ ହୋଇ ଗଲାଣି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..