ରିପୋର୍ଟ କାର୍ଡ / କଟକ
ପୋଲିସ ଅଧିକାରୀଙ୍କୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ଜେଏମ୍ଏଫ୍ସି କୋର୍ଟରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ଜେରା କରାଯାଇଛି। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜାନୁଆରି ୨୩ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାରେ ରକ୍ଷା କାର୍ଯ୍ୟରେ ନିୟୋଜିତ ତତ୍କାଳୀନ ପୋଲିସ ଏସ୍ଆଇ (ବର୍ତ୍ତମାନର ଏସିପି) ଅମିତାଭ ମହାପାତ୍ର ଓ ଶ୍ରୀ ମହତାବଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ଦରଘାବଜାର ଥାନାରେ ଶ୍ରୀ ମହାପାତ୍ର ଏତଲା ଦେଇଥିଲେ। ଅଭିଯୋଗର ତଦନ୍ତ ପରେ ୨୦୧୮ ମାର୍ଚ୍ଚ ୧୯ରେ ଶ୍ରୀ ମହତାବଙ୍କ ବିରୋଧରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପୂର୍ବରୁ ଶ୍ରୀ ମହତାବଙ୍କୁ ହଜାର ହେବା ପାଇଁ ଅଦାଲତ ସମନ୍ ଜାରି କରିଥିଲେ। କିନ୍ତୁ ସେ ନ ଆସିବାରୁ ଅଦାଲତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।
More Stories
ପ୍ରବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ପ୍ରସ୍ତୁତିର ସମୀକ୍ଷା ବୈଠକ….
ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି….
ଶ୍ରୀସେତୁ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର…..