Report Card Odisha

| Daily Odia News

ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା…..

ରିପୋର୍ଟ କାର୍ଡ / ସମ୍ବଲପୁର

ଜଣେ ବ୍ୟକ୍ତି ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍। ପୋଲିସ ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି। ଗତକାଲି ରାତିରେ ପୂର୍ଣ୍ଣିମା ଓ ତାଙ୍କର ଦେଢ଼ବର୍ଷର ପୁଅ ୟେଂଶୁ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଅଭିଯୁକ୍ତ ଲୋଚନକୁ ଅଟକ ରଖିଛି। ଲୋଚନ କେଉଁଥି ପାଇଁ ଭାଇବୋହୂ ଓ ପୁତୁରାକୁ ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡ ସମୟରେ ପୂର୍ଣ୍ଣିମାଙ୍କ ସ୍ୱାମୀ ଘରେ ନଥିଲେ। କୌଣସି କାମ ପାଇଁ ବାହାରକୁ ଯାଇଥିଲେ।

 

 

Breaking News