ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ପାଟନା ଜଙ୍କସନର ଠିକ୍ ସାମ୍ନାରେ ଥିବା ଏକ ବଡ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩୦ ମିନିଟ୍ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ହୋଟେଲ ମଧ୍ୟରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ହୋଟେଲର ନିକଟରେ ଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା। ଏହି ଘଟଣା ପରେ ଷ୍ଟେସନ ରାସ୍ତାରେ ପ୍ରବଳ ଜାମ୍ ଦେଖିବାକୁ ମିଳିଥିଲା। ଏଯାଏଁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ବୋଲି ଜଣାପଡିଛି। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..