ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୯୩ଟି ନିର୍ବାଚନମଣ୍ଡଳୀରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମ୍ମଦାବାଦରେ ସେମାନଙ୍କ ଭୋଟ୍ ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଟି ରାଜ୍ୟରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲି ଥିବାବେଳେ ପଶ୍ଚିମବଙ୍ଗର ଜାଙ୍ଗିପୁର ନିର୍ବାଚନମଣ୍ଡଳୀରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୨୫.୪୧ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ୩୨.୮୨ ପ୍ରତିଶତ ରେକର୍ଡ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୧୮.୧୮ ପ୍ରତିଶତ ରହିଛି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……