Report Card Odisha

| Daily Odia News

ଶ୍ରୀମନ୍ଦିର ପାଇଁ ଜାରି ହେଲା ଗାଇଡ଼ଲାଇନ୍‌……

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ପୋଷାକ ପିନ୍ଧିବେ କଣ ପିନ୍ଧି ବେନାହିଁ ଏନେଇ ଆଜି ବିସ୍ତୁତ ଭାବେ ଜାରି ହୋଇଛି ଗାଇଡ଼ଲାଇନ୍‌ । ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି | ମାଇକ୍ ଯୋଗେଁ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛିା ଏଥିସହ ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ ଦର୍ଶାଯାଇଛି ଯେ, ମନ୍ଦିରକୁ ଯିବା ବେଳେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ। ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସକୁ ସମ୍ପୂର୍ଣ୍ଣ ଭାବେ ବର୍ଜନୀୟ ବୋଲି କୁହାଯାଇଛି। ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ଗାଇଡ଼ଲାଇନ୍‌ରେ ଦର୍ଶାଯାଇଛି। ପ୍ରତ୍ୟେକ ସ୍ତରରେ ଏବେଠୁ ସଚେତନତା ସୃଷ୍ଟି ସହ ଆସନ୍ତା ନୂଆବର୍ଷଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ।

Breaking News