ରିପୋର୍ଟ କାର୍ଡ / ଭୁବନେଶ୍ୱର
ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ବଦଳି ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିର ଅଭିଯୋଗ ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଏହି ଖବର ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି। ବିଜେପି ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ସୁଜାତା ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଉଥିବା ଅଭିଯୋଗ କରିଥିଲା ବିଜେପି | ଭାରତୀୟ ନିର୍ବାଚନ ଆୟୋଗ ବିଳମ୍ବିତ ରାତିରେ ସୁଜାତା ଆର କାର୍ତ୍ତିକେୟନଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।






More Stories
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..
ଟୁରିଷ୍ଟ ବସ୍ ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ପୁରୀ ଆସିଲେ ଶାନ୍ତି ମିଳେ……