ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ବେଳେ ଦୁଇ ନକ୍ସଲ ନିହତ ହୋଇଛନ୍ତି। କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଆଜି ସକାଳେ ହୋଇଛି ଏହି ଅପରେସନ। କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ବଡ଼ ଧରଣର କମ୍ବି ଅପରେସନରେ ୨୯ ନକ୍ସଲ ସଫା ହୋଇ ଯାଇଥିଲେ। ଏହାପରେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବହୁ ନକ୍ସଲ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଥିଲା। ତେଣୁ ଓଡ଼ିଶା ସୀମାରେ ଚେକିଂ,ବ୍ଲକିଂ, କମ୍ବିକୁ ଜୋରଦାର କରାଯାଇଛି। କିଛି ନକ୍ସଲ ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ଏସଓଜି ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଅତର୍କିତ ଭାବେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ସହ ନକ୍ସଲ ସାମଗ୍ରୀ ଜବତ ହୋଇଛି। ଏହି ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି।
More Stories
ହଠାତ୍ କଟାବନି ରାଶନ କାର୍ଡ…..
ଖୁବଶୀଘ୍ର ସକାଳୁଆ ସ୍କୁଲ…..
ଓଏସ୍ଆର୍ଟିସି ବସ୍ ଧକ୍କାରେ ଜଣେ ମୃତ….