ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି ନୀତି। ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କୁ ବନକଲାଗି କରାଯାଇଥାଏ। ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରିଥାନ୍ତି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..