ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡିଶାରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ପୂର୍ବରୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ରାଜ୍ୟରେ ଭ୍ୟାକସିନ୍ ନଥିବାରୁ ବିଭିନ୍ନ ସମୟରେ ଅନେକଗୁଡିଏ ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଥିଲା। ଟିକା ଅଭାବରୁ ରାଜ୍ୟର ୧୧ ଜିଲାରେ ଆଜି ଟିକାକରଣ ବନ୍ଦ ରହିଛି । ଏହି କ୍ରମରେ ରାଜ୍ୟରେ ଟିକା ପହଞ୍ଚିବା ନିହାତିଭାବେ ଏକ ଆଶ୍ବସ୍ତିକର ଖବର । ବର୍ତ୍ତମାନ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଟିକାକରଣ ସ୍ବଭାବିକ ବୋଲି ଜଣ ପଡିଛି ।






More Stories
ନିଶାମୁକ୍ତ ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ…..
ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ…..
ପ୍ରଭାତ ବାବୁ ବିଜେପିରେ ମିଶିଲେ,ବିଜେଡିରେ ଭୁକମ୍ପ ସୃଷ୍ଟି……