ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ନଭେମ୍ବର ୧ ତାରିଖରୁ କିଛି ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ କାମ କରିବା ବନ୍ଦ କରିଦେବ। ଯଦି ହ୍ୱାଟ୍ସଆପ କାମ କରିବା ବନ୍ଦ କରିଦିଏ ତେବେ ୟୁଜର କାହାକୁ ମେସେଜ୍ ସହିତ ହ୍ୱାଟ୍ସଆପରେ ଯେଉଁ ସୁବିଧା ମିଳୁଥିଲା ତାହା ଆଉ ମିଳିବ ନାହିଁ । ଆପଣଙ୍କୁ ଦେଖି ନେବା ଦରକାର ଯେ, ଆପଣଙ୍କ ଫୋନ୍ରେ ଏହା ଚାଲିବକି ନାହିଁ। କମ୍ପାନୀର ସୂଚନା ଅନୁସାରେ, ଆଣ୍ଡ୍ରଏଡ୍ ଓ iOS ର ପୁରୁଣା ଭର୍ସନରେ ଚାଲୁଥିବା ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ ଚାଲିବନି। ପୁରୁଣା ଅର୍ଥାତ ଆଣ୍ଡ୍ରଏଡ୍ ୪.୧ ଓ iOS 10 ତଳକୁ ଥିବା ଭର୍ସନରେ ଚାଲୁଥିବା ସ୍ମାର୍ଟଫୋନ୍ ପ୍ରଭାବିତ ହେବ। ଏହାର ଉପରେ ଥିବା ଭର୍ସନରେ ହ୍ୱାଟ୍ସଆପ ଚାଲିବ। ହ୍ୱାଟ୍ସଆପ ୟୁଜର୍ସ WhatsApp FAQ ସେକ୍ସନରେ ଯାଇ ସେହି ଅପରେଟିଂ ସିଷ୍ଟମର ଲିଷ୍ଟ ଚେକ୍ କରିପାରିବେ, ଯାହାକି ୧ ନଭେମ୍ବର ୨୦୨୧ରୁ WhatsApp FAQ ଚାଲିବ ନାହିଁ। ଏହି ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍ ୪.୦.୩ ଆଇସକ୍ରୀମ୍ ସ୍ୟାଣ୍ଡଓ୍ବିଚ୍, ଆଇଓଏସ୍ ୯ ଓ KiOS 2.5 ରହିଛି। ସାମସଙ୍ଗ, ଏଲଜି, ଜେଡଟିଇ, ହୁଆଇ, ସାନି, ଆଲକାଟେଲ୍ ଓ ଅନ୍ୟ କିଛି କମ୍ପାନୀର ଡିଭାଇସ୍ ଏହି ଲିଷ୍ଟରେ ରହିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..