ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ବେହ ବିଧାନସଭା ମୌସୁମି ଅଧିବେଶନ। ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରାଯିବ। ୫ ତାରିଖ ରବିବାର ଛାଡି ବାକି ୮ ଦିନ ଗୃହ କାର୍ଯ୍ୟ ଜାରିରହିବ। ଗୋଟିଏ ଦିନ ବେସରକାରୀ ଦିବସ ଥିବାବେଳେ ୭ ଦିନ ସରକାରୀ ଦିବସ । ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି| ଏହି ସ୍ବଳ୍ପକାଳୀନ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନେଇ ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ ବି ଉଠିବ । ସେହିପରି କରୋନା ନେଇ ବି ବିରୋଧୀ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । ସ୍ୱଳ୍ପକାଳୀନ ଅଧିବେଶନ ହେଲେ ବି ଗୃହ ସରଗରମ ରହିବ ବୋଲି କୁହାଯାଉଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..