ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ବେହ ବିଧାନସଭା ମୌସୁମି ଅଧିବେଶନ। ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରାଯିବ। ୫ ତାରିଖ ରବିବାର ଛାଡି ବାକି ୮ ଦିନ ଗୃହ କାର୍ଯ୍ୟ ଜାରିରହିବ। ଗୋଟିଏ ଦିନ ବେସରକାରୀ ଦିବସ ଥିବାବେଳେ ୭ ଦିନ ସରକାରୀ ଦିବସ । ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି| ଏହି ସ୍ବଳ୍ପକାଳୀନ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନେଇ ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ ବି ଉଠିବ । ସେହିପରି କରୋନା ନେଇ ବି ବିରୋଧୀ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । ସ୍ୱଳ୍ପକାଳୀନ ଅଧିବେଶନ ହେଲେ ବି ଗୃହ ସରଗରମ ରହିବ ବୋଲି କୁହାଯାଉଛି ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..