Report Card Odisha

| Daily Odia News

ଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା‌ରେ ନିରାପତ୍ତା ବଳଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛିନ୍ତି | ଏନେଇ ପୋଲିସ ଙ୍କ ପକ୍ଷରୁ ସୂଚନା ମିଳିଛି । ନିହତ ଆତଙ୍କବାଦୀଜଣକର ପରିଚୟ ମିଳିନାହିଁ। ଏନେଇ ଜଣେ ପୋଲିସଙ୍କର ରାତି ଅଧ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏବେ ଶେଷ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ମଧ୍ୟରାତ୍ର ପରେ ପରେ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଥିଲା, ପୋଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ସଦ୍ୟତମ ରିପୋର୍ଟ ଆସିବାକୁ ସମୟ ଲାଗିବ। ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ପୁଲ୍‌ୱାମାର ରାଜପୁର ଅନ୍ତର୍ଗତ ଉସ୍‌ଗାମ୍‌ରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପୁଞ୍ଚ୍‌ ଜିଲ୍ଲାରେ ‌ହୋଇଥିବା ଏନ୍‌କାଉଣ୍ଟର୍‌ରେ ଜଣେ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଥିଲା। ଏହା ପୂର୍ବରୁ ସୋମବାର ଦିନ ଶ୍ରୀନଗର ଅନ୍ତର୍ଗତ ରଙ୍ଗରେଥ ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ବିଦେଶୀ ଉଗ୍ରବାଦୀଙ୍କ ସମେତ ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ପୁଲିସ ସୂଚନା ଦେଇଥିଲା। ସୋମବାର ଦିନ ଶ୍ରୀନଗର ଉପକଣ୍ଠସ୍ଥିତ ଜେୱାନ୍‌ରେ ଗୋଟାଏ ପୁଲିସ ବସ୍‌କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ଜଣ ପୁଲିସ ସହିଦ ହୋଇଥିଲେ।

Breaking News