ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜୁ ପଟ୍ଟନାୟକ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସ୍ପଷ୍ଟ କରିଛନ୍ତି ନିଶିକାନ୍ତ ଦୁବେ। ସେ କହିଛନ୍ତି ମୁଁ ମୋର କୌଣସି ଟ୍ବିଟ୍ରେ ବିଜୁ ବାବୁଙ୍କୁ ଟାର୍ଗେଟ୍ କରି ନ ଥିଲି। ଯଦି ମୋ ଟ୍ବିଟ୍ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ। ବିଜେପି ତାଙ୍କୁ ପୁରା ସମ୍ମାନ କରେ। ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା। ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ କଡ଼ା ବିରୋଧ କରି ଗତକାଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସଂସଦର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଭିତରେ ପ୍ରତିବାଦ ପରେ ବିଜେଡି ସାଂସଦମାନେ ରାଜ୍ୟସଭାରୁ ପ୍ରତିବାଦ କରି ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..