Report Card Odisha

| Daily Odia News

ପଥର ଖଣିରେ ବିସ୍ଫୋରଣ ୧୦ ଶ୍ରମିକ ମୃତ…..

ରିପୋର୍ଟ କାର୍ଡ / ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶର କାଡାପାଠାରେ ଏକ ଚୂନ ପଥର ଖଣିରେ ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି | ଏହି ଘଟଣା କାଲାସାପଡୁ ବ୍ଲକର ମାମିଲାପାଲି ଗ୍ରାମରେ ଘଟିଛି। ଖଣିରେ ବିସ୍ଫୋରଣ ସମୟରେ ଅତି କମରେ ୪୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ସେପଟେ, ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଧିକାରୀଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବ୍ୟ କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିସ୍ଫୋରଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Breaking News