Report Card Odisha

| Daily Odia News

କରୋନା : ନୂଆ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌ କୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ଧାରଣ କରିଛି କରାଳ ରୂପ। ସଂକ୍ରମଣ ହୁହୁ ହୋଇବଢି ଚାଲିଛି | ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ଲାଗି ନୂଆ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌(୨-ଡିଜି)କୁ ମଞ୍ଜୁରୀ ମିଳିଛି। ଏହାକୁ ଡିଆର୍‌ଡିଓ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ଡ୍ରଗ୍‌ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ବ୍ୟବହାର କରାଯିବା ଅନୁମତି ଦିଆଯାଇଛି। ଏହି ଔଷଧକୁ ଡିଆର୍‌ଡିଓର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ମେଡ଼ିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍ସ୍‌ ଏବଂ ହାଇଦ୍ରାବାଦ୍‌ର ସେଣ୍ଟର ଫର୍‌ ସେଲୁଲାର୍‌ ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଏହାର ଉତ୍ପାଦନ ଦାୟିତ୍ୱ ହାଇଦ୍ରାବାଦ୍‌ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀଜ୍‌କୁ ପ୍ରଦାନ କରାଯାଇଛି। ଏହି ଔଷଧ ପ୍ରୟୋଗ ଦ୍ୱାରା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଆବଶ୍ୟକତା କମ୍‌ ପଡ଼ିବ। ଏହାର କ୍ଲିନିକାଲ ଟ୍ରାଏଲ୍‌ ସଫଳ ରହିଛି। ଏହାର ପ୍ରଯୋଗ ଦ୍ୱାରା କରୋନା ଆକ୍ରାନ୍ତ ଶୀଘ୍ର ରୋଗମୁକ୍ତ ହେବେ।

Breaking News