Report Card Odisha

| Daily Odia News

ବିଜୁଳି ଆଘାତ ଲାଗି ୧୦ କାଉଡ଼ିଆ ମୃତ; ୧୯ ଆହତ…..

ରିପୋର୍ଟ କାର୍ଡ / ପଶ୍ଚିମବଙ୍ଗ

ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି |ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି | ସଂଗୃହୀତ ସୂଚନା ଅନୁସାରେ, ଯାତ୍ରୀମାନଙ୍କୁ ନେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଜଲ୍ପେଶ ଅଭିମୁଖେ ଯାଉଥିଲା। ଅଘଟଣ ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ୧୬ଜଣଙ୍କୁ ଜଳପାଇଗୁଡ଼ି ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି। ପୋଲିସର ସୂଚନା ଅନୁସାରେ- ସେମାନଙ୍କୁ ଚାଙ୍ଗ୍‌ଡ଼ାବନ୍ଧା ‘ବିପିଏଚ୍‌ସି’କୁ ଅଣାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାକାର ମେଡିକାଲ୍‌ ଅଫିସର୍‌ ୧୬ଜଣ ବ୍ୟକ୍ତିଙ୍କୁ ଜଳପାଇଗୁଡ଼ି ଜିଲ୍ଲା ହସ୍ପିଟାଲ୍‌କୁ ରେଫର୍‌ କରିଥିଲେ। ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ଆବଶ୍ୟକ। ଏହାଛଡ଼ା, ୧୦ଜଣଙ୍କୁ ମେଡିକାଲ୍‌ ଅଫିସର୍‌ ମୃତ ଘୋଷଣା କରିଛନ୍ତି।

 

Breaking News