Report Card Odisha

| Daily Odia News

ଦିଲ୍ଲୀରୁ ୧୦ ନୂଆ ଓମିକ୍ରନ ମାମଲା ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲ

ଦେଶରେ ଦୈନିକ କରୋନାର ଓମିକ୍ରନ ଭାରିଆଣ୍ଟ ବଢି ଚାଲିଛି । ଆଜି ଦିଲ୍ଲୀରୁ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି। ଦିଲ୍ଲୀରେ ଆଜି ଚିହ୍ନଟ ହୋଇଥିବା ୧୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ୨୦ରେ ପହଞ୍ଚିଛି। ସେହିପରି ସୂଚନା ମୁତାବକ ଗୋଆକୁ ବ୍ରିଟେନ ରୁ ଆସିଥିବା ୩ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ୩ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ନମୁନା ଜିନୋମ ସ୍ୱିକେନସିଂ ପାଇଁ ପଠାଇଯାଇଛି। ଯାହାଦ୍ୱାରା ସେମାନେ ଓମିକ୍ରନ ସଂକ୍ରମିତ କି ନୁହେଁ ଏହାର ନିଶ୍ଚିତ କରାଯାଇପାରିବ। ଓମିକ୍ରନର ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି। ଏଠାରେ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୧୭, ଦିଲ୍ଲୀରେ ୨୦, କେରଳ ୫, ଗୁଜରାଟ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୭, ପଶ୍ଚିମବଙ୍ଗ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ମାମଲା ରହିଛି।

Breaking News