ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୁଇ ଦିନ ପରେ ସ୍ଵାଭାବିକ ହୋଇଛି ଆମ୍ବୁଲାନ୍ସ ସେବା । ଏ ନେଇ ୧୦୮ କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଅନରୋଡ୍ ମୋଡ୍ରେ ଗଡିବ ଗାଡ଼ି। ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ୧୧ ବର୍ଷ ହେଲା ୧୦୮ ଆମ୍ବୁଲାନ୍ସରେ ସେବା ଯୋଗାଉଛୁ। ୧୨ ଘଣ୍ଟା କାମ କରିବା ପରେ ୮ ଘଣ୍ଟାର ଦରମା ମିଳୁଛି। ତାହା ପୁଣି ଠିକ୍ ସମୟରେ ମିଳୁନାହିଁ। ଦୁଇମାସ ହେବ ମାସିକ ପ୍ରୋତ୍ସାହନ ରାଶି ମିଳୁନାହିଁ। ବିନା କାରଣରେ ଛଟେଇ କରାଯାଉଛି। ଏଭଳି ବିଭିନ୍ନ ସମସ୍ୟା ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ। ରାଜ୍ୟରେ ପ୍ରାୟ ୬୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଜି ସୁଦ୍ଧା ଦାବି ପୂରଣ ନହେଲେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ସଭାପତି ଚେତାବନୀ ଦେଇଥିଲେ।






More Stories
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..