ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ବିଜେପି କୁ ମିଳିବ ନୂଆ ସଭାପତି | ଏପରି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ। ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି। ମଣ୍ଡଳ ନିର୍ବାଚନ ଚାଲିଛି। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ। ଏହାସହ ବିଜେଡିର ବହୁ ସାଂସଦ ଓ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ତୋମାର କହିଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..