ରିପୋର୍ଟ କାର୍ଡ / କଟକ
ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା କୁ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ସମେଟିଭ-୧ ପରୀକ୍ଷା ୫ ରୁ ୮ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଫର୍ମ ଫିଲ-ଅପ ମଧ୍ୟ ସରିଛି। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ ବୋଲି ଜଣାଯାଇଛି। ଏଣେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରମାନେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଡମିସନ ନେଇପାରିବେ ନାହିଁ, ସେମାନେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କାର୍ଯ୍ୟାଳୟରେ ଅଫଲାଇନ୍ ପଞ୍ଜୀକରଣ କରିପାରିବେ।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..