Report Card Odisha

| Daily Odia News

ରାଜ୍ୟରେ କାର୍ଯ୍ୟକାରୀ ହେବ ୧୧ଟି ସ୍ବତନ୍ତ୍ର ଅବକାରୀ ଅଦାଲତ…..

ରିପୋର୍ଟ କାର୍ଡ / କଟକ

ରାଜ୍ୟରେ ଅବକାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଁ ରାଜ୍ୟରେ ମୋଟ ୧୧ଟି ସ୍ବତନ୍ତ୍ର ଅବକାରୀ କୋର୍ଟ ଖୋଲିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ଅବକାରୀ ଆଇନ ବଳରେ ରୁଜୁ ମାମଲାର ତଦନ୍ତ ଏହି ସ୍ବତନ୍ତ୍ର କୋର୍ଟ କରିବାକୁ ଯାଉଛି। ଯାହାଫଳରେ ତ୍ବରିତ ଶୁଣାଣି ହେବା ଦ୍ବାରା ରାଜ୍ୟରେ ଅବକାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇବ। ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା(ନଂ ୩୫୭୮)ରେ ସମ୍ବଲପୁର, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ବାଲେଶ୍ବର ଜିଲ୍ଲାରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ, ଗଜପତି ପାରାଳାଖେମୁଣ୍ଡି, ଢେଙ୍କାନାଳ, କନ୍ଧମାଳ ଜିଲ୍ଲା ଫୁଲବାଣୀ, ଜଗତସିଂହପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା ଭବାନୀପାଟଣା, ଯାଜପୁରରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ କୋର୍ଟ, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସିନିୟର ସିଭିଲ୍ ଜଜ ତଥା ଅତିରିକ୍ତ ଦୌରା ଜଜ କୋର୍ଟ ଖୋଲିବାକୁ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା(ନଂ ୩୫୭୮) ଜାରି କରାଯାଇଛି। ଓଡ଼ିଶା ପୋଲିସରେ ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ୫.୭ ପ୍ରତିଶତ ଥିବା ବେଳେ ଅବକାରୀ ବିଭାଗରେ ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ମାତ୍ର ୩ ପ୍ରତିଶତ ରହିଛି। ୧୯୧୫ରୁ ଲାଗୁ ହୋଇଥିବା ବିହାର ଓ ଓଡ଼ିଶା ଅବକାରୀ ଆଇନରେ ଜାମିନ୍ ବ୍ୟବସ୍ଥା ଥିଲା। ଲୋକ ଅଦାଲତରେ ଏହି ମାମଲାର ବିଚାର କରାଯାଉଥିଲା। କିନ୍ତୁ ୨୦୦୬ରେ କ୍ୟାବିନେଟ୍ ନିଷ୍ପତ୍ତି ପରେ ଓଡ଼ିଶା ଅବକାରୀ ଆଇନରେ ସଂଶୋଧନ ହୋଇଥିଲା। ଦଫାଗୁଡ଼ିକ ଜାମିନ ବିହୀନ କରାଯାଇଥିଲା। ହେଲେ ମାମଲା ରୁଜୁ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ସ୍ବତନ୍ତ୍ର କୋର୍ଟ ନଥିବାରୁ ତ୍ବରିତ ଶୁଣାଣି ହୋଇପାରୁନଥିଲା। ନିଶା ମାଫିଆ ନିର୍ଦ୍ଦୋଷରେ ଖଲାସ ହୋଇଯାଉଥିଲେ।

Breaking News