Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ କରୋନା ପଜିଟିଭ୍ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୧୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୫୧ ଜଣ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୮୬୪, ବାଲେଶ୍ୱର ୫୦୯, ବରଗଡ ୩୩୯, ଭଦ୍ରକ ୪୮୯, ବଲାଙ୍ଗୀର ୨୯୮, ବଉଦ ୨୭୩ ଏବଂ କଟକ ଜିଲାରୁ ୯୪୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଦେବଗଡରୁ ୧୨୫, ଢେଙ୍କାନାଳ ୧୩୧, ଗଜପତି ୧୫୭, ଗଞ୍ଜାମ ୨୧୪, ଜଗତସିଂହପୁର ୩୧୮, ଯାଜପୁର ୩୯୬, ଝାରସୁଗୁଡା ୧୧୩, କଳାହାଣ୍ଡିରୁ ୩୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ କନ୍ଧମାଳ ଜିଲାରୁ ୧୩୨, କେନ୍ଦ୍ରାପଡା୧୫୦, କେନ୍ଦୁଝର ୧୬୯, କୋରାପୁଟ ୨୫୧, ମାଲକାନଗିରି ୧୦୦, ମୟୁରଭଞ୍ଜ ୬୩୫, ନବରଙ୍ଗପୁର ୩୫୭, ନୟାଗଡ ୩୩୨, ନୂଆପଡା ୧୧୪, ପୁରୀ ୪୭୩, ରାୟଗଡା ୨୦୯, ସମ୍ବଲପୁର ୩୮୪, ସୋନପୁର ୧୮୦, ସୁନ୍ଦରଗଡ ୭୦୮ ଏବଂ ଷ୍ଟେଟପୁଲରୁ ୨୫୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୨୪୧୪୦୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

Breaking News