Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ ନୂଆ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୫୦୯ ଏବଂ ସ୍ଥାନୀୟ ସଂକ୍ରମିତ ୫୧୧୪ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୬୦୦୩ରେ ପହଞ୍ଚିଛି । ଦିନକରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୨୧ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୫୦୮, ବରଗଡ ୨୫୭, ଭଦ୍ରକ ୪୬୧, ବଲାଙ୍ଗୀର ୧୭୦, ବଉଦ ୨୦୬, କଟକ ୯୯୮, ଦେବଗଡରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଢେଙ୍କାନାଳ ଜିଲାରୁ ୪୪୧, ଗଜପତି ୭୬, ଗଞ୍ଜାମ ୧୫୮, ଜଗତସିଂହପୁର ୩୧୫, ଯାଜପୁର ୫୬୦, ଝାରସୁଗୁଡା ୧୮୪, କଳାହାଣ୍ଡି ୩୫୨, କନ୍ଧମାଳ୧୪୧, କେନ୍ଦ୍ରାପଡା ୧୯୮ଏବଂ କେନ୍ଦୁଝର ଜିଲାରୁ ୧୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୋରାପୁଟରୁ ୨୧୮, ମାଲକାନଗିରି୭୩, ମୟୁରଭଞ୍ଜ ୨୪୯, ନବରଙ୍ଗପୁର ୩୦୦, ନୟାଗଡ ୩୧୬, ନୂଆପଡା ୫୪, ପୁରୀ ୪୬୨, ରାୟଗଡା ୨୨୩, ସମ୍ବଲପୁର୩୪୨, ସୋନପୁର ୨୬୧, ସୁନ୍ଦରଗଡ ୬୯୯ ଏବଂ ଷ୍ଟେଟପୁଲରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି।

Breaking News