ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୮୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୮୬ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୫୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ସବୁ ୩୦ଟି ଜିଲ୍ଲାରୁ ୧୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଅନୁଗୁଳ ୩, ବାଲେଶ୍ବର ୧୬ , ବରଗଡ଼ରୁ ୨୩, ଭଦ୍ରକରୁ ୭, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୪, କଟକରୁ ୬୩ , ଦେବଗଡ଼ରୁ ୯ , ଢେଙ୍କାନାଳରୁ ୫, ଗଜପତିରୁ ୫ , ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧ , ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୧୩ , କଳାହାଣ୍ଡି ଜିଲ୍ଲାରୁ ୧୯ , କନ୍ଧମାଳରୁ ୨୮ , କେନ୍ଦ୍ରାପଡ଼ା ୫ , କେଉଁଝରରୁ ୧୦, ଖୋର୍ଦ୍ଧା ୩୧୬, କୋରାପୁଟ ୧୬ , ମାଲକାନଗିରରୁ ୧, ମୟୂରଭଞ୍ଜରୁ ୮୭ , ନବରଙ୍ଗପୁରରୁ ୧୬, ନୟାଗଡ଼ ୨୫ , ନୂଆପଡ଼ାରୁ ୯ , ପୁରୀ ୮ , ରାୟଗଡ଼ା ୧୨ , ସମ୍ବଲପୁର ୮୯ , ସୋନପୁର ୧୪ , ସୁନ୍ଦରଗଡ଼ ୨୬୧ ଓ ଷ୍ଟେଟପୁଲ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୦୯, ୦୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୯୨, ୮୮୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୧୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..