ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୩ ଜଣ ଯାତ୍ରୀ ଓ ୬ ଜଣ ବିମାନ କ୍ରୁ ମେମ୍ବର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ କ୍ରିମିଆରେ ଏକ ରୁଷୀୟ ଏଏନ୍-୨୬ ସାମରିକ ପରିବହନ ବିମାନ ପଥରରେ ଧକ୍କା ଖାଇଛି। ଯେଉଁଥିରେ ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। ଏକ ସାମରିକ କମିଶନ ଘଟଣାସ୍ଥଳରେ କାର୍ଯ୍ୟ କରୁଛି।






More Stories
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….