Report Card Odisha

| Daily Odia News

ଭାରତରେ ପହଁଚିଲେ ୧୨ ଚିତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ୧୨ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଛି। ଆଜି ବିମାନ ମଧ୍ୟପ୍ରଦେଶ ଗ୍ୱାଲିୟରରେ ପହଁଚିଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାଘଙ୍କୁ କୁନୋ ନାସନାଲ ପାର୍କକୁ ନିଆଯାଇଛି। ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏନକ୍ଲୋଜରରେ ବାଘଙ୍କୁ ରଖାଯିବ। ୨୦ଚିତାଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ବାଘ ରହିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଏବେ ଚିତାଙ୍କ ସଂଖ୍ୟା ୨୦ରେ ପହଁଚିଛି । ପୂର୍ବରୁ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଅଣାଯାଇଥିଲା । ୭୨ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ବାଘଗୁଡିକୁ କୁନୋ ନାସନାଲ ପାର୍କ ମଧ୍ୟକୁ ଛାଡିଥିଲେ।

Breaking News