ରିପୋର୍ଟ କାର୍ଡ / ବଲାଙ୍ଗୀର
ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଲାଙ୍ଗୀର ବିଜେପି। ସନସାଇନ କଲେଜ ଅଧକ୍ଷା ମମିତା ମେହେରଙ୍କୁ କଲେଜ ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ପୋଡି କି ପୋତିଦେବା କଥା ସ୍ପଷ୍ଟ ହେବା ପରେ ଏବେ ଜୋର ଧରିଛି ପ୍ରିତବାଦ । ଗୋବିନ୍ଦଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ତେବେ ସକାଳୁ ସକାଳୁ ବଲାଙ୍ଗିରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ଠପ ହୋଇଛି ,ପେଟ୍ରୋଲ ପମ୍ପ , ପୋଷ୍ଟଅଫିସ ସବୁ ବନ୍ଦ ରହିଛି। ସେପଟେ ସକାଳ ୭ ଟାରୁ ପିକେଟିଂ ଆରମ୍ଭ କରାଯିବା ସହ ଵିଭିନ୍ନ ସ୍ଥାନରେ ବୁଲି ବନ୍ଦ କରିବେ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି। ତେବେ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି। ଗୋବିନ୍ଦ କେବଳ ନା ଆଉ କିଏ ହତ୍ୟା କାଣ୍ଡରେ ସାମିଲ ଅଛନ୍ତି। ଏହା ପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଛି କି ? ଏଭଳି ଗୁଡାଏ ପ୍ରଶ୍ନ ର ଉତ୍ତର ଖୋଜି ବାହାର କରିବା ପାଇଁ ଦାବି କରାଯିବା ସହ ବନ୍ଦ ଡାକରା ଦେଇଛି ବିଜେପି।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……