Report Card Odisha

| Daily Odia News

ଏନ୍‌କାଉଣ୍ଟରରେ ୧୨ ନକ୍ସଲ ନିହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୨ ନକ୍ସଲ ନିହତ ହୋଇଛନ୍ତି । ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ସକାଳେ ଏଠାରେ ସୁରକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି । ସୁକମା ପୋଲିସ ଏହି ସୂଚନା ଦେଇଛି । ଏହା ବ୍ୟତୀତ ବିଜାପୁରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଶନିବାର ସକାଳ ୫ଟାରୁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ମଝିରେ ମଝିରେ ଏନକାଉଣ୍ଟର ଚାଲିଛି । ସେମାନେ କହିଛନ୍ତି ଯେ ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ଦୁଇ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମାଓବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ, ଏକ DRG (ଜିଲ୍ଲା ରିଜର୍ଭ ଗାର୍ଡ) ଦଳ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା। ଏହି ସମୟରେ, ନକ୍ସଲମାନେ ଶନିବାର ସକାଳେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ, ଯାହା ଫଳରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଫଳରେ ୧୨ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ AK-47 ଓ ଇନ୍ସାସ୍ ବନ୍ଧୁକ ଜବତ ହୋଇଛି |

Breaking News