Report Card Odisha

| Daily Odia News

ତିହାର ଜେଲ୍‌ରେ ୧୨୫ କଏଦୀ ଏଚ୍‌ଆଇଭି ପଜିଟିଭ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ତିହାର ଜେଲ୍‌ରେ ୧୨୫ କଏଦୀ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ୨୦୦ କଏଦୀଙ୍କଠାରେ ସିଫଲିସ ଚିହ୍ନଟ ହୋଇଛି। ଜେଲ୍‌ରେ ମୋଟ୍‌ ୧୪ ହଜାର କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦,୫୦୦ କଏଦୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ଏହା ଜଣାପଡ଼ିଛି। ତିହାର ଜେଲ୍‌ରେ ନିୟମିତ ବ୍ୟବଧାନରେ କଏଦୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ତିହାର ଜେଲ୍‌ର ନୂଆ‌ ଡିଜି ସତୀଶ ଗୋଲଚା ଦାୟିତ୍ବ ନେବାପରେ ଗତ ମେ’ ଏବଂ ଜୁନ୍‌ରେ ୧୦,୫୦୦ କଏଦୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୧୨୫ ଜଣ ଏଚ୍‌ଆଇଭି ପଜିଟିଭ୍‌। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ କଏଦୀମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନେ ଜେଲ୍‌ରେ ରହିବାବେଳେ ଏଚଆଇଭିରେ ପୀଡ଼ିତ ହୋଇନାହାନ୍ତି। ସେମାନେ ପ୍ରଥମେ ଜେଲ୍‌କୁ ଆସିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେ ସମୟରେ ମଧ୍ୟ ସେମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ପୁଣିଥରେ ସମସ୍ତ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ୧୨୫ ଜଣ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ତିହାର ଜେଲ୍‌ରେ କୌଣସି ଜଣେ ହେଲେ କଏଦୀ ଟିବିରେ ଆକ୍ରାନ୍ତ ହୋଇନାହାନ୍ତି।

Breaking News