Report Card Odisha

| Daily Odia News

ଆଜି ରାଜ୍ୟରେ ୧୨ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କିଛିଦିନ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୧୨ ହଜାର ପର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୬୫୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୮୭୪, ବାଲେଶ୍ୱର ୫୦୮, ବରଗଡ଼ ୪୬୧, ଭଦ୍ରକ ୧୫୧, ବଲାଙ୍ଗୀର ୨୭୪ ବୌଦ୍ଧ ୩୪୭, କଟକ ୧୦୭୩, ଦେଓଗଡ଼ ୧୦୫, ଢେଙ୍କାନାଳ ୪୮୨, ଗଜପତି ୭୭, ଗଞ୍ଜାମ ୩୪୦, ଜଗତସିଂହପୁର ୩୦୦, ଯାଜପୁର ୩୩୭, ଝାରସୁଗୁଡ଼ା ୩୩୯, କଳାହାଣ୍ଡି ୬୬୮, କନ୍ଧମାଳ ୧୦୪, କେନ୍ଦ୍ରାପଡ଼ା ୨୮୫, କେନ୍ଦୁଝର ୧୮୦, ଖୋର୍ଦ୍ଧା ୧୯୦୯, କୋରାପୁଟ ୨୭୨, ମାଲକାନଗିରି୧୧୪ ମୟୁରଭଞ୍ଜ ୫୮୬, ନବରଙ୍ଗପୁର୩୪୪, ନୟାଗଡ଼ ୩୩୧, ନୂଆପଡ଼ା ୭୦, ପୁରୀ ୪୭୨, ରାୟଗଡ଼ା ୧୯୮, ସମ୍ବଲପୁର ୩୫୫, ସୋନପୁର ୫୫, ସୁନ୍ଦରଗଗଡ଼ ୮୪୮ , ଷ୍ଟେଟ୍‌ ପୁଲ୍‌ରୁ ୩୩୩ଜଣ ରହିଛନ୍ତି ।

Breaking News