ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୋଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ ଦାୟିତ୍ବ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହାପରେ ବିନୟତୋଷ ମିଶ୍ର ଡିଜିପି ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ମିଶ୍ର ଏବେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ।





More Stories
ରାଜ୍ୟସ୍ତରୀୟ ପରେଡ୍ ପାଇଁ କଡ଼ା ସୁରକ୍ଷା…..
କାମ ନ କଲେ ବିଦା ହେବାକୁ ପ୍ରସ୍ତୁତ ରୁହ……
ପୋଲିସ ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ…..