ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ହାବେରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଭୟଙ୍କର ସଡକ ଦୁର୍ଘଟଣାରେ ୧୩ ଜଣଙ୍କ ତୀର୍ଥ ଯାତ୍ରୀଙ୍କ ଜୀବନ ଚାଲି ଯାଇଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବାଏଦାଗି ଅଞ୍ଚଳରେ ଶୁକ୍ରବାର ଏକ ମିନିବସ୍ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବା ଫଳରେ ଘଟିଛି। ଖବର ପାଇବା ମାତ୍ରେ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠା ଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ଶିବମୋଗାର ବାସିନ୍ଦା ଥିବା ବେଳେ ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….