Report Card Odisha

| Daily Odia News

୧୪ ଦିନିଆ ରିମାଣ୍ଡ ଗଲେ ୬ ଆତଙ୍କବାଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କ୍ଷତିଘଟାଇବାକୁ ଷଡ଼ଯନ୍ତ୍ର ରଚିଥିବା ୬ ଆତଙ୍କବାଦୀ ୧୪ ଦିନିଆ ରିମାଣ୍ଡରେ ଗଲେ । ଏମାନଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ମୋହମ୍ମଦ ଶେଖ, ଓସାମା, ମୁଲଚନ୍ଦ ଏବଂ ମୋହମ୍ମଦ ଅବୁ ବକରଙ୍କୁ ୧୪ ଦିନିଆ ପୋଲିସ ହେଫାଜତକୁ ପଠାଇ ଦିଆଯାଇଛି। କିନ୍ତୁ ଏହି ମାମଲାରେ ଆଉ ଦୁଇ ଜଣ ଆତଙ୍କବାଦୀ ଜିସାନ କମର ଏବଂ ଆମିର ଜାବେଦଙ୍କୁ ଆଜି କୋର୍ଟରେ ହାଜର କରାଯିବ। ବୁଧବାର ସକାଳୁ ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆତଙ୍କବାଦୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗିରଫ ହୋଇଥିବା ଚାରିଜଣ ଆତଙ୍କବାଦୀ ଜନ ମହମ୍ମଦ ଶେଖ, ଓସାମା, ମଲଚାନ୍ଦ ଏବଂ ମୋହଦ୍ ମୁଶେରଙ୍କୁ ବର୍ତ୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ହସ୍ତାନ୍ତର କରାଯାଇଛି। କୁହାଯାଉଛି ଯେ ଏମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି। ଏହି ଅଭିଯୁକ୍ତମାନଙ୍କୁ ୟୁପି, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି। ଚନା ମୁତାବକ, ଗତକାଲି ଦିଲ୍ଲୀ ସ୍ପେଶାଲ ପୋଲିସ ସେଲ ଏହି ୬ ଜଣଙ୍କ ଆତଙ୍କାବଦୀ ଗିରଫ କରିଥିଲା। ଏହି ସବୁ ଆତଙ୍କବାଦୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିଲେ। ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି । ଆଇଏସଆଇ ଅଣ୍ଡରଓ୍ଵାର୍ଲ୍ଡ ସହ ମିଶି ଭାରତକୁ ଦୋହଲାଇବାକୁ ନୂତନ ରଣନୀତି ଆପଣେଇଥିଲା ଏମାନେ। ଏଥିରୁ ଗୋଟିଏ ଗ୍ରୁପକୁ ନବରାତ୍ର ଏବଂ ରାମଲୀଲା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରାଇବା ଏବଂ ସ୍ଥାନ ଚିହ୍ନଟ କରାଇବାକୁ ପଠାଯିବାର ଯୋଜନା ଥିଲା। ସ୍ପେଶାଲ ସେଲର ଡେପୁଟି କମିଶନର ପ୍ରମୋଦ ସିଂହ କୁଶୱା କହିଥିଲେ, ‘ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏକାଧିକ ରାଜ୍ୟରେ ହୋଇଥିବା ଅପରେସନ ବେଳେ ଅନେକ ପ୍ରକାରର ଆପତ୍ତିଜନକ ଜିନିଷ ମିଳିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଆରଡିଏକ୍ସ ଖଚିତ ଆଇଇଡି ଠାବ ହୋଇଛି।’ ସେହିପରି ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ହେବ। ଏଥିପାଇଁ ବଡ଼ଧରରଣ ରାଜନୀତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହାକୁ ମଧ୍ୟ ଆତଙ୍କୀମାନେ ଟାର୍ଗେଟ କରିବାକୁ ମସୁଧା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Breaking News