ରିପୋର୍ଟ କାର୍ଡ / ଭୁବନେଶ୍ଵର
ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାଦ ବଢିବଢି ଚାଲିଛି । ମାମଲାର ନୂଆ ନୂଆ ଟୁଇଷ୍ଟ ସାମ୍ନାକୁ ଆସୁଛି | ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍ ଭାଙ୍ଗି ଦେଇଥିବା ବେଳେ ପୋଲିସ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା। ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି। କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି। ହେଲେ ବିନା କୌଣସି ସୂଚନାରେ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..